ଆଜି ଏମ୍‌ସ୍‌ ହସ୍‌ପିଟାଲ୍‌ରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ବୈଠକ

Advertisment
ଆଜି ଏମ୍‌ସ୍‌ ହସ୍‌ପିଟାଲ୍‌ରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ବୈଠକ

ପଣଜୀ: ବିଭାଗ ପୁନର୍ବଣ୍ଟନ ସଂକ୍ରାନ୍ତରେ ନିଜ କ୍ୟାବିନେଟ୍‌ ସହଯୋଗୀ ଏବଂ ଭାରତୀୟ ଜନତା ପାର୍ଟିକୁ ଶୁକ୍ରବାର ଦିନ କେତେଗୁଡ଼ିଏ ବୈଠକ ଆୟୋଜନ କରିବାକୁ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର୍‌ କାର୍ଯ୍ୟନିର୍ଘଣ୍ଟ କରିଛନ୍ତି।

ସଂସଦର ତିନି ସଦସ୍ୟ ବିନୟ ତେନ୍ଦୁଲ୍‌କର୍‌, ଶ୍ରୀପଦ ନାଏକ ଏବଂ ନରେନ୍ଦ୍ର ସଓ୍ଵାଇକର୍‌ ଏବଂ ଅନ୍ୟ ଦୁଇ ସଦସ୍ୟ ଦତ୍ତପ୍ରସାଦ ଖୋଲ୍‌କାର ଏବଂ ସୁନୀଲ ଦେଶାଇଙ୍କ ସମେତ ବିଜେପିର କୋର୍‌ କମିଟି ସଦସ୍ୟମାନଙ୍କୁ ପାରିକର ଚିକିତ୍ସାଧୀନ ଥିବା ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍‌ସେସ୍‌ ଠାରେ ଭେଟିବେ।

ମେଣ୍ଟ ସହଯୋଗୀ ନେତା ସୁଦିନ ଧାଓ୍ଵାଲିକର୍‌ ଏବଂ ବିଜୟୀ ସରଦେଶାଇ, ସ୍ୱାଧୀନ ମନ୍ତ୍ରୀ ରୋହଣ ଖୌଣ୍ଟେ ଏବଂ ଗୋବିନ୍ଦ ଗୌଡ଼େ ଏବଂ ବିଜେପି ମନ୍ତ୍ରୀ ବିଶ୍ୱଜିତ ରାଣେ, ମୌବିନ୍‌ ଗୋଡ଼ିନ୍‌ହୋ ଓ ନୀଳେଶ କ୍ୟାବ୍ରାଲ୍‌ଙ୍କ ସମେତ ନିଜ କ୍ୟାବିନେଟ୍‌ ସହଯୋଗୀଙ୍କୁ ମଧ୍ୟ ଭେଟିବେ ମୁଖ୍ୟମନ୍ତ୍ରୀ ପାରିକର।

କର୍ତ୍ତବ୍ୟ ନିର୍ବାହ କରି ପାରୁ ନ ଥିବାରୁ ପୂର୍ବରୁ ବିଭାଗ ପୁନର୍ବଣ୍ଟନ ନିମନ୍ତେ ପ୍ରତିଶ୍ରୁତି ଦେଇଥିବା ପାରିକର ମେଣ୍ଟ ମଧ୍ୟରେ କଳିତକରାଳ ହେବାରୁ ନିଷ୍ପତ୍ତି ସ୍ଥଗିତ ରଖିଥିଲେ।

ଗୃହ, ଅର୍ଥ, ଖଣି ଏବଂ ପରିବେଶ ଆଦି ବିଭାଗ ପାରିକରଙ୍କ ହାତରେ ରହିଛି। ଦୁଇ ଅସୁସ୍ଥ ମନ୍ତ୍ରୀ ଫ୍ରାନ୍‌ସିସ୍‌ ଡି’ସୌଜା ଏବଂ ପାଣ୍ଡୁରଙ୍ଗ ମାଦକାଇକର୍‌ଙ୍କୁ ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୨୪ ତାରିଖ ଦିନ ନିଜ କ୍ୟାବିନେଟ୍‌ରୁ ବାହାର କରି ଦେଇଛନ୍ତି। ତାଙ୍କ ପରିବର୍ତ୍ତେ କ୍ୟାବ୍ରାଲ୍‌ ଏବଂ ମିଳିନ୍ଦ ନାଏକଙ୍କୁ ନେବାରୁ ଶାସକ ବିଜେପି ମଧ୍ୟରେ ଅସନ୍ତୋଷ ଉପୁଜିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe